Odisha Link
Bridging the Missing Links in Odisha

ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ପୁହୁଣ୍ଡି ଗାଁର ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବିଜୟ ଗୌଡଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ ବୋଲି ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି।

ସୂଚନା ଅନୁଯାୟୀ, ଶନିବାର ଦିନ ପାତ୍ରପୁର ବ୍ଲକ ଜରଡ଼ା ଥାନା ପୁହୁଣ୍ଡି ଗାଁର ଏକ ଘର ଭିତରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘର ଭିତରରେ ମହିଳାଙ୍କ ରକ୍ତାକ୍ତ ମୃତେଦହ ପଡିଥିବାର ଦେଖିବାକୁ ମିଳିଛି। ଘଟଣା ସଂପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଫରେନସିକ୍‌ ଟିମ୍‌କୁ ଘଟଣାସ୍ଥଳକୁ ଡକାଯିବାର ସୂଚନା ରହିଛି। ତେବେ ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ? ତାକୁ ନେଇ ପ୍ରଶ୍ମବାଚୀ ସୃଷ୍ଟି କରିଛି। ଯଦି ବି ମହିଳାଙ୍କୁ ହତ୍ୟା କରାଯାଇଛି। ତାହାର ପ୍ରକୃତ କାରଣ କଣ ? ଏପରି ଅନେକ କଥାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

Comments are closed.