Odisha Link
Bridging the Missing Links in Odisha

କଂଗ୍ରେସ ନେତା ସର୍ଦାର ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କର ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ବୁଟା ସିଂହ ଦିର୍ଘ ଦିନ ଧରି ଅସୁସ୍ଥ ଥିଲେ।

ତାଙ୍କ ରାଜନୈତିକ କ୍ୟାରିୟରରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ ଖେଳ ମନ୍ତ୍ରୀ ରହିଥିଲେ । ଏହାସହ ସେ ବିହାରର ରାଜ୍ୟପାଳ ଏବଂ ଜାତୀୟ ଅନୁସୂଚୀତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମହତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କୁ ଦଳିତଙ୍କ ସର୍ବେସର୍ବା ବୋଲି କୁହା ଯାଉଥିଲା।

୧୯୩୪ ମସିହା ମାର୍ଚ୍ଚ ୨୧ ତାରିଖରେ ପଞ୍ଜାବ ଜଳନ୍ଧର ଜିଲ୍ଲାର ମୁସ୍ତଫାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ସର୍ଦାର ବୁଟା ସିଂହ । ସେ ୮ଥର ଲୋକସଭାକୁ ମନୋନୀତ ହୋଇଥିଲେ ।

Comments are closed.