Odisha Link
Bridging the Missing Links in Odisha

ଫଟୋ ସେୟାର କରି ଟ୍ରୋଲ୍‌ର ଶିକାର ହେଲେ କଙ୍ଗନା

ମୁମ୍ବାଇ : ମୁମ୍ବାଇସ୍ଥିତ ଘରେ ନୂଆବର୍ଷ ପାଳନ କରିଛନ୍ତି କଙ୍ଗନା ରଣୱତ। ନିଜ ଟିମ୍ ଓ ସିନେମା ଜଗତର କିଛି ନିକଟତର ବନ୍ଧୁଙ୍କ ସହ୨୦୨୧କୁ ସ୍ୱାଗତ କରିଛନ୍ତି। ତେବେ ବଲିଉଡ଼ରେ ଡ୍ରଗ୍ସର ଲିଙ୍କକୁ ନେଇ କଙ୍ଗନା ନିଜର ପ୍ରତିକ୍ରିୟା ରଖି ସମସ୍ତଙ୍କ ନଜରକୁ ଆସିଥିଲେ। କଙ୍ଗନାଙ୍କ ଏହି ପାର୍ଟିରେ ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗ୍ରେବିଏଲାଙ୍କୁ ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି।

କଙ୍ଗନା ରଣାୱତ ସଷିଆଳ ମିଡ଼ିଆରେ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏହି ଫଟୋରେ ନିର୍ଦ୍ଦେଶକ ରେଜି ଘାଇ ଓ ଡ୍ରଗ୍ସ ମାମଲାରେ ଫସିଥିବା ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ମଧ୍ୟ ନଜର ଆସିଛନ୍ତି।

ଫଟୋ ସେୟାର କରି କଙ୍ଗନା ରେଜି ଘାଇଙ୍କ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଆମ ଧାକଡ ଟିମ ଓ ଚିଫଙ୍କୁ ଚିୟର୍ସ…ନିର୍ଦ୍ଦେଶକ ରେଜି ଘାଇ ଇଣ୍ଡିଆର ଟପ ସିନେମା ମେକର।

ଏଇଟା ତାଙ୍କର ପ୍ରଥମ ସିନେମା କିନ୍ତୁ ତାଙ୍କ ସହ କାମ କରିବା ସୌଭାଗ୍ୟର କଥା। ଜଣେ ୟୁଜର କହିଛନ୍ତି, ବଲିଉଡରେ ଡ୍ରଗ୍ସ କଲଚରକୁ ନେଇ ଏତେ ବୟାନ ଓ ଇଣ୍ଟରଭ୍ୟୁ ଦେବାପରେ ଏମିତି ଜଣେ ବ୍ୟକ୍ତିଙ୍କୁ ପାର୍ଟିକୁ କିଭଳି ଆମନ୍ତ୍ରଣ କରିଛନ୍ତି ଯାହାର ଏନସିବି ଯାଞ୍ଚ ହେଉଛି। ତାଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କର ମଧ୍ୟ ଯାଞ୍ଚ ହେଉଛି।

Comments are closed.