Odisha Link
Bridging the Missing Links in Odisha

ଦେହରେ ନିଆଁ ଲଗାଇ ଥାନାରେ ପଶିଲେ ଯୁବକ

ପାଲଲହଡ଼ା: ନିଜ ଦେହରେ ନିଆଁ ଲଗାଇ ପାଲଲହଡ଼ା ଥାନା ଭିତରକୁ ପଶିଗଲା ଜଣେ ଯୁବକ। ଆହାତ ଯୁବକଙ୍କୁ ଉଦ୍ଧାର କରି ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଉକ୍ତ ଯୁବକ ଜଣଙ୍କ ମାନସିକ ବିକୃତି ଥିବା ପୁଲିସ କହିଛି। ପ୍ରେମ ବ୍ୟାପାର ପାଇଁ ଉକ୍ତ ଯୁବକ ଜଣଙ୍କ ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଛି।

ଖବର ଅନୁସାରେ, ଆଜି ଇଶ୍ବର ନଗରରେ ରହୁଥିବା ଯୁବକ ଜଣଙ୍କ ଥାନା ନିକଟକୁ ଆସିଥିଲା। ତାପରେ ହଠାତ୍ ନିଜ ଦେହରେ ନିଆଁ ଲଗାଇ ଥାନା ଭିତରକୁ ପଶି ଯାଇଥିଲା। ଥାନାରେ ଥିବା ପୁଲିସ ଯୁବକଙ୍କ ଦେହରୁ ନିଆଁ ଲିଭାଇ ଥିଲେ। ସେହି ସମୟରେ ଜଣେ କନେଷ୍ଟବଳ ଆହାତ ହୋଇଛନ୍ତ ।

Comments are closed.