Odisha Link
Bridging the Missing Links in Odisha

ରେଳ ଷ୍ଟେସନରୁ ମୃତ ଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ରେଳ ଷ୍ଟେସନରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ଭଗବାନ ମହାନ୍ତି ବୋଲି ଜଣାପଡ଼ିଛି। ସେ ଅବସର ପରେ ଏଠାରେ ରେଳ ବିଭାଗରେ ଜଣେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ମୃତକଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁରର ପଢ଼ୁଆଁ ପଞ୍ଚାୟତରେ ବୋଲି ଜଣାଯାଇଛି।

ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ଚିହ୍ନ ରହିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ରାତିରେ ଆଉ ଜଣେ ରେଳ କର୍ମଚାରୀ ତାଙ୍କୁ ମଦ ପିଇବାକୁ ଘରୁ ଡାକି ଆଣିଥିଲେ।

Comments are closed.