Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶରେ ସରପଞ୍ଚ ହେଲେ ପାକିସ୍ତାନୀ ମହିଳା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସରପଞ୍ଚ ହେଲେ ପାକିସ୍ତାନୀ ମହିଳା। ମହିଳାଙ୍କ ନାମ ବାନୋ ବେଗମ୍, ବୟସ ୬୫ ବର୍ଷ। ତାଙ୍କ ଘର ପାକିସ୍ତାନରେ ହୋଇଥିଲେ ମଧ୍ୟ ସେ ଉତ୍ତରପ୍ରଦେଶରେ ଏଟା ଜିଲ୍ଲାର ଗୁଆଡୁଆ ଗ୍ରାମପଞ୍ଚାୟତ ସରପଞ୍ଚ ହୋଇଛନ୍ତି।

କିନ୍ତୁ ଏଯାଏଁ ତାଙ୍କୁ ଭାରତୀୟ ନାଗରିକତା ମିଳିନାହିଁ, ହେଲେ ସେ ଏଠାରେ ଆଧାର, ଭୋଟ ପରିଚୟ ପତ୍ର ଆଦି ହାସଲ କରି ସାରିଲେଣି। ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ, କେହି ବି ଏ ବାବଦରେ ଜାଣି ପାରିନାହାନ୍ତି।

ସୂଚନା ଅନୁସାରେ, ବାନୋ ୩୫ ବର୍ଷ ତଳେ ବନ୍ଧୁଘରକୁ ବୁଲିବାକୁ ଭାରତ ଆସି ଆଉ ଫେରିନଥିଲେ। ସେ ଏବେ ଦୀର୍ଘମିଆଦି ଭିସା ବଳରେ ଭାରତରେ ରହୁଛନ୍ତି। ୨୦୧୫ରେ ବାନୋ ପ୍ରଥମେ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇ ୱାର୍ଡ ସଦସ୍ୟ ହୋଇଥିଲେ। ନିକଟରେ ସରପଞ୍ଚ ସେହନାଜ ବେଗମଙ୍କର ମୃତ୍ୟୁ ହୋଇଥିଲା। ଫଳରେ ୨୦୨୦ ଜାନୁଆରୀ ଠାରୁ ପାକିସ୍ତାନୀ ମହିଳା ବାନୋ ମଧ୍ୟବର୍ତ୍ତୀକାଳୀନ ସରପଞ୍ଚ ଦାୟିତ୍ୱ ନିର୍ବାହ କରୁଛନ୍ତି।

ତେବେ ସେ ପାକିସ୍ତାନୀ ନାଗରିକ ବୋଲି ସ୍ଥାନୀୟ ପ୍ରଶାସନ ପାଖରେ କିଛି ଗ୍ରାମବାସୀ ଅଭିଯୋଗ କରିବା ପରେ ୨୦୨୦ ଡିସେମ୍ବରରେ ବାନୋ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ଘଟଣା ଜଣାପଡ଼ିବା ପରେ ଏଟା ଜିଲ୍ଲା ପଞ୍ଚାୟତି ରାଜ ଅଧିକାରୀ (DPRO) ବାନୋଙ୍କ ନାମରେ ପୁଲିସରେ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ସେ ଆଧାର ଓ ଭୋଟର ଆଇଡି ଆଦି କିଭଳି ପାଇଲେ ସେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ।

Comments are closed.