Odisha Link
Bridging the Missing Links in Odisha

ସମ୍ବଲପୁରରେ ‘ଆଇଆଇଏମ୍‌’ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ନରେନ୍ଦ୍ର ମୋଦି

ସମ୍ବଲପୁର: ଆଜି ଭିଡିଓ କନ୍‌ଫରେନ୍ସି ଜରିଆରେ ସମ୍ବଲପୁରର ‘ଆଇଆଇଏମ୍‌’ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ସାମିଲ ରହିଥିଲେ ।

ସମ୍ବଲପୁର ଗୋଶାଳା ନିକଟସ୍ଥ ବସନ୍ତପୁର ନିକଟରେ ‘ଆଇଆଇଏମ୍‌’ ‌ କ୍ୟାମ୍ପସ୍ ପାଇଁ ମୋଟ ୪୦୧.୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୨୦୨୨ ସୁଦ୍ଧା କ୍ୟାମ୍ପସ୍ ନିର୍ମାଣ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।

ସମ୍ବଲପୁର ‘ଆଇଆଇଏମ୍‌’ ୨୦୧୫ମସିହାରୁ ଆରମ୍ଭ ହୋଇଥିବା ଏବେ ଏହା ବୁର୍ଲା ଜ୍ୟୋତି ବିହାର ୟୁନିଭରସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି। ନିଜସ୍ୱ କ୍ୟାମ୍ପସ୍ ହେଲେ ଅଧିକ ଛାତ୍ରଛାତ୍ରୀ ଏଠାକୁ ଆସିବେ ବୋଲି ସମ୍ବଲପୁର ‘ଆଇଆଇଏମ୍‌’ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଏବେ ଦେଶରେ ୨୦ଟି ‘ଆଇଆଇଏମ୍‌’ କଲେଜ୍ ରହିଛି, ଯେଉଁଠି ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ୧୯୬୧ରେ ଅହମଦାବାଦ ଏବଂ କୋଲକାତା ‘ଆଇଆଇଏମ୍‌’ ସ୍ଥାପିତ ହୋଇଥିଲା ।

Comments are closed.