Odisha Link
Bridging the Missing Links in Odisha

କାଲିଠୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ: କରୋନା ମହାମାରୀ କାରଣରୁ ଅନେକ ମାସ ହେବ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରାଯାଇଥିଲା। ସର୍ବସାଧାରଣ ମାନଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର। ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ ଭକ୍ତ ଆସିବେ ସେମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ। ଯଦି ଶୃଙ୍ଖଳିତ ଦର୍ଶନ ହୁଏ ତେବେ ଫେବୃଆରୀରୁ ସ୍ଥିତି ଅନୁଧ୍ୟାନ କରି ପୂର୍ବଭଳି ଦର୍ଶନ ବ୍ୟବସ୍ଥା ହୋଇପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ଗତ ଡିସେମ୍ବର ୨୩ରେ ଖୋଲିଥିଲା। ପ୍ରଥମେ ସେବାୟତ ପରିବାର ଓ ପରେ ପୁରୀ ସହର ବାସିନ୍ଦାଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

Comments are closed.