Odisha Link
Bridging the Missing Links in Odisha

୭ ବ୍ରିଟେନ୍ ଫେରନ୍ତାଙ୍କ କରୋନା ରିପୋର୍ଟ ପଜିଟିଭ୍ : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ବର: ବ୍ରିଟେନରୁ ମିଳିଥିବା ନୂଆ କରୋନା ଷ୍ଟ୍ରେନ୍ ସମଗ୍ର ଦେଶର ଚିନ୍ତା ବଢ଼ାଇଛି। ତେବେ ବ୍ରିଟେନରୁ ୧୮୪ଜଣ ଓଡିଶାକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ବ୍ରିଟେନ୍ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୩ ଜଣ ତାଙ୍କ ସସ୍ପର୍ଶରେ ଆସିଥିବା ସୂଚନା ମିଳିଛି ।

ତେବେ ସବୁଠୁ ଆସ୍ବସ୍ଥିକର କଥା ଯେ ୭ ଜଣଙ୍କ ମଧ୍ୟରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ର କୌଣସି ଲକ୍ଷଣ ମିଳିନାହିଁ । ପଜିଟିଭ୍ ଥିବା ବ୍ୟକ୍ତିଙ୍କର ଟେଷ୍ଟ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ପୁନେରୁ ଆସିନାହିଁ । ଏ ନେଇ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.