Odisha Link
Bridging the Missing Links in Odisha

ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ। ହକି ଇଣ୍ଡିଆ ପକ୍ଷରୁ ୨୫ ଜଣିଆ ମହିଳା ଦଳ ଆର୍ଜେଣ୍ଟିନା ଟୁର୍ ପାଇଁ ଘୋଷଣା କରାଯାଇଛି। ଆଜି ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା କରିଛି। କରୋନା କାଳରେ ଦେଶ ବାହାରେ ଭାରତୀୟ ମହିଳା ହକି ଦଳର ଏହା ପ୍ରଥମ ମ୍ୟାଚ୍। ଏହି ଟିମ୍‌ରେ ୪ ଜଣ ଓଡ଼ିଆ ଝିଅ ରହିଛନ୍ତି।

୨୫ ଜଣିଆ ଭାରତୀୟ ମହିଳା ହକି ଟିମରେ ଥିବା ୪ ଓଡ଼ିଆ ଝିଅ ହେଲେ ଦୀପ୍ ଗ୍ରେସ୍ ଏକ୍କା, ଲିଳୀମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜ ସାମିଲ୍ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭାରତୀୟ ମହିଳା ହକି ଟିମ୍ ଆର୍ଜେଣ୍ଟିନା (ଜୁନିଅର ମହିଳା) ବିପକ୍ଷରେ ଜାନୁଆରୀ ୧୭ରେ ଓ ୧୯ ତାରିଖରେ ୨ଟି ଖେଳିବ। ସେହିଭଳି ଆର୍ଜେଣ୍ଟିନା ବି ଟିମ୍ ବିରୋଧରେ ଜାନୁଆରୀ ୨୨ ଓ ୨୪ରେ ୨ଟି ମ୍ୟାଚ୍ ଖେଳିବ ଭାରତ। ଜାନୁଆରୀ ୨୬, ୨୮, ୩୦ ଓ ୩୧ ତାରିଖରେ ଭାରତ-ଆର୍ଜେଣ୍ଟିନା ମଧ୍ୟରେ ୪ଟି ମ୍ୟାଚ୍ ଖେଳାଯିବ।

Comments are closed.