Odisha Link
Bridging the Missing Links in Odisha

ବଡ଼‌ ଖବର: ଆସନ୍ତା ୧୧ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ‌୍ବର: ଜାନୁଆରୀ ୧୧ରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ ବୋଲି ସୂଚନା ରହିଛି। ବିଜ୍ଞପ୍ତି ମୁତାବକ, ଜାନୁଆରୀ ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା ଚାଲିବ।

ସୂଚନାଥାଉକି, ଗତକାଲି ଅର୍ଥାତ୍‌ ଶନିବାର ଦିନ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ। ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ଯାଏଁ ଦଶମ ଓ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ଘୋଷଣା କରିଥିଲେ।

Comments are closed.