Odisha Link
Bridging the Missing Links in Odisha

ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର

ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର। କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର। ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ। କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ।

ଆଜି ସକାଳ ୬ଟାରୁ ଦିନ ସାଢେ ୧୧ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ଯାଏଁ ଦର୍ଶନ ସୁବିଧା ରହିଛି। ସମସ୍ତେ ମନ୍ଦିର ବାହାରୁ ମାଆଙ୍କ ଦର୍ଶନ କରିବେ। ଗମ୍ଭୀରା ଭିତରକୁ ପ୍ରବେଶ କରିପାରିବେ ନାହିଁ। ଆଜିଠୁ ୫ ଦିନ ପାଇଁ ସମଲପୁରବାସୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ।

ଅନ୍ୟପଟେ କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଛି। ଦୀର୍ଘ ୧୦ ମାସ ପରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କୋଭିଡ ନିମୟ ପାଳନ କରି ଠାକୁରଙ୍କ ଦର୍ଶନ କରିବେ ଭକ୍ତ। କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବା ବେଳେ ଆଜି ଠାକୁରଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ଭକ୍ତମାନେ ଆନନ୍ଦିତ ହୋଇଛନ୍ତି। ଧାଡିବାନ୍ଧି ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶୃଙ୍ଖଳିତ ଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Comments are closed.