Odisha Link
Bridging the Missing Links in Odisha

୬ରୁ ଖୋଲିବ ନୃସିଂହନାଥ ମନ୍ଦିର

ବରଗଡ଼: କରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ହେବ ଭକ୍ତଙ୍କ ପାଇଁ ବନ୍ଦ ରହିଛି ନୃସିଂହନାଥ ମନ୍ଦିର। ଏବେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ରାଜ୍ୟର କିଛି ମନ୍ଦିର କରୋନା କଟକଣା ମଧ୍ୟରେ ଖୋଲିଛି। ଏଥିସହ ଆସନ୍ତା ୬ ତାରିଖରୁ ବରଗଡ଼ ଜିଲ୍ଲାର ପାଇକମାଳର ନୃସିଂହନାଥ ମନ୍ଦିର ଖୋଲିବ।

ମନ୍ଦିର ଖୋଲିବାର ପ୍ରଥମ ୭ ଦିନ ବରଗଡ଼ ଜିଲ୍ଲାବାସୀଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟ ଜିଲ୍ଲାର ଭକ୍ତମାନେ ଦର୍ଶନ କରିବା ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଯାଞ୍ଚ କରାଯିବ। ତେବେ ଅନ୍ୟ ରାଜ୍ୟର ଭକ୍ତ ଓ ପର୍ଯ୍ୟଟକଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି।

Comments are closed.