Odisha Link
Bridging the Missing Links in Odisha

ପାହାଡ ଉପରେ ପ୍ରେମ ନିବେଦନ, ୬୫୦ ଫୁଟ ତଳକୁ ଖସିପଡ଼ିଲେ ଯୁବତୀ

ନୂଆଦିଲ୍ଲୀ: ପ୍ରେମ ନିବେଦନର ମୂହୁର୍ତ୍ତ ସମସ୍ତଙ୍କ ପାଇଁ ସର୍ବଦା ସ୍ମରଣୀୟ। ଏହି ମୁହୂର୍ତ୍ତକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ କିଛି ନା କିଛି ପ୍ଲାନ କରନ୍ତି। କିଏ ଆକାଶରେ ପ୍ରେମ ନିବେଦନର ପ୍ଲାନ କରେ ତ କିଏ ପାହାଡ଼ ଉପରେ। କିନ୍ତୁ ବେଳେ ବେଳେ ଏହି ପ୍ଲାନ ବହୁ ମହଙ୍ଗା ପଡିପାରେ। ନିକଟରେ ପ୍ରେମ ନିବେଦନ ସମୟରେ ଏଭଳି ଏକ ଘଟଣା ଘଟିଛି ଯାହା ଶୁଣି ଆପଣ ଚକିତ ହୋଇଯିବେ।

ଡିସେମ୍ବର ୨୩ ତାରିଖ ଦିନ ଅଷ୍ଟ୍ରିଆର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ପ୍ରେମ ନିବେଦନ ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ଅଷ୍ଟ୍ରିଆର ପଲକର୍ଟ ପାହାଡ ଉପରକୁ ରୋମାଣ୍ଟିକ ମୁହୂର୍ତ୍ତ ବିତାଇବାକୁ ଯାଇଥିଲେ ଜଣେ ପ୍ରେମି ଯୁଗଳ । ଏହି ସମୟରେ ୨୭ ବର୍ଷୀୟ ଯୁବକ ଜଣକ ନିଜ ୩୨ ବର୍ଷୀୟ ଗାର୍ଲଫ୍ରେଣ୍ଡଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ପ୍ରେମିକା ଏହାର ଜବାବରେ ଯେମିତି ହଁ’ କରିଛନ୍ତି ସେତେବେଳେ ହିଁ ଅଚାନକ ତାଙ୍କ ଗୋଡ ଖସିଯାଇଥିଲା ଏବଂ ସେ ୬୫୦ ଫୁଟ ଉଚ୍ଚା ପାହାଡ ଉପରୁ ତଳକୁ ଗଳି ପଡିଥିଲେ।

ନିଜ ପ୍ରେମିକାକୁ ପାହାଡ ଉପରୁ ତଳକୁ ଖସି ପଡିବା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ଯୁବକ ଜଣକ ମଧ୍ୟ ତାଙ୍କ ସହ ଡେଇଁ ପଡିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ୫୦ ଫୁଟ ତଳକୁ ଖସି ଏକ ପଥର କୋଣରେ ଚାପି ହୋଇ ରହିଯାଇଥିଲେ ଏବଂ ସବୁଠାରୁ ବଡ଼ କଥା ହେଉଛି, ୬୫୦ ଫୁଟ ତଳକୁ ଖସିଯିବା ପରେ ମଧ୍ୟ ଯୁବତୀ ଜଣଙ୍କ ବଞ୍ଚି ଯାଇଥିଲେ। ପ୍ରବଳ ତୁଷାରପାତ ହେତୁ ତଳେ ଅଧିକ ବରଫ ଜମିଥିଲା। ଯେଉଁଥିପାଇଁ ତାଙ୍କୁ ଅଧିକ ଆଘାତ ଆସିନଥିଲା। ଏତେ ଉପରୁ ଖସି ମଧ୍ୟ ଦୁଇ ଜଣ ପ୍ରେମୀ ଯୁଗଳ ଜୀବିତ ଅଛନ୍ତି।

ସୂଚନା ଯୋଗ୍ୟ ଯେ, ଏହି ଦୁର୍ଘଟଣା ଘଟିବା ପରେ ଯୁବତୀ ଜଣକ ପାହାଡ ତଳେ ବରଫ ଚାଦର ଉପରେ ପଡିଥିଲେ। ଏହି ସମୟରେ ଜଣେ ପଥଚାରୀ ଯୁବତୀଙ୍କୁ ଦେଖି ପ୍ରଶାସନକୁ ଖବର ଦେଇଥିଲେ। ପରେ ତାଙ୍କୁ ସେଠାରୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.