Odisha Link
Bridging the Missing Links in Odisha

ଅଜଣା ଜନ୍ତୁ ଆତଙ୍କ, ମରିଗଲେ ୧୨ ଛେଳି

ଦେବଗଡ଼: ଅଜଣା ଜନ୍ତୁ ଆତଙ୍କରେ ମରିଗଲେ ୧୨ଟି ଛେଳି। ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କର ମୃତ୍ଯୁ ହୋଇଥିଲା ବେଳେ ଏବେ ଦେବଗଡ ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଛି। ଦେବଗଡ ଜିଲ୍ଲା ବାରକୋଟର ଚକଡିହୀ ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ଛେଳିଙ୍କର ମୃତ୍ଯୁ ହୋଇଥିବା ବେଳେ ୨୫ରୁ ଅଧିକ ଛେଳି ନିଖୋଜ ଅଛନ୍ତି।

ଶନିବାର ସନ୍ଧ୍ୟାରେ ଛେଳିପଲ ଫେରୁଥିବା ବେଳେ ହଠାତ୍ ଜଙ୍ଗଲ ମଧ୍ୟରେ ଇତସ୍ତତଃ ଦୌଡିବାକୁ ଲାଗିଥିଲେ। ଏହା ପରଦିନ ଜଙ୍ଗଲରେ ୧୨ଟି ଛେଳି ମରିପଡିଥିଲେ। ଅନ୍ୟ ତିନିଟି ଛେଳି ଗୁୁରୁତର ଆହତ ହୋଇଥିଲେ।

ଏନେଇ ଖବର ପାଇ ବାରେକୋଟ ବନାଞ୍ଚଳ ଅଧିକାରୀ ଗତକାଲି ଚକଡିଡୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକ୍ରମଣକାରୀ ବନ୍ୟଜନ୍ତୁକୁ ଚିହ୍ନଟ ପାଇଁ ଜଙ୍ଗଲରେ ୨ଟି ସିସିଟିଭି ଲଗାଯାଇଛି।

 

 

Comments are closed.