Odisha Link
Bridging the Missing Links in Odisha

ମାସ ଶେଷ ସୁଦ୍ଧା ମିଳିବ ଟିକା

ଭୁବନେଶ୍ୱର : ଓଡ଼ିଶାକୁ ଜାନୁଆରୀ ଶେଷ ସୁଦ୍ଧା ଆସିପାରେ କରୋନା ଟିକା। ଏହା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି, ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି।

ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କମାନଙ୍କୁ ଦେବା ପାଇଁ ଆଲୋଚନା ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିଲେ ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

DCGI ମୁତାବକ, ସିରମ ଇନଷ୍ଟିଚ୍ୟୁଟର ଭ୍ୟାକସିନର ଓଭରଅଲ୍ କ୍ଷମତା ୭୦.୪୨ ପ୍ରତିଶତ ଥିଲା। ସିରମ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍ ଏବେ ସାରା ଦେଶରେ ଜାରି ରହିବ।

ସୂଚନାଯୋଗ୍ୟ, ଯେତେବେଳେ DCGI କୌଣସି ମେଡିସିନ୍, ଡ୍ରଗ୍, ଭ୍ୟାକସିନକୁ ଅନ୍ତିମ ଅନୁମତି ଦିଅନ୍ତି, ଏହାର ଅର୍ଥ ଏସବୁ ମେଡିସିନ୍, ଭ୍ୟାକସିନକୁ ସାର୍ବଜନୀନ ବ୍ୟବହାର କରାଯାଇପାରିବ। ତେବେ ଅନୁମୋଦନ ଦେବା ପୂର୍ବରୁ DCGI ଭ୍ୟାକସିନ୍ ଉପରେ ହୋଇଥିବା ପରୀକ୍ଷଣକୁ ଭଲଭାବେ ତର୍ଜମା କରିଥାଏ। ଅନ୍ୟପକ୍ଷରେ ଜାନୁଆରୀ ୨ ତାରିଖରୁ କରୋନା ଭ୍ୟାକସିନର ଡ୍ରାଏ ରନ୍ ଆରମ୍ଭ ହୋଇଛି। ଡ୍ରାଏ ରନର ରେଜଲ୍ଟ ମଧ୍ୟ ସକାରାତ୍ମକ ରହିଛି।

Comments are closed.