Odisha Link
Bridging the Missing Links in Odisha

ଟିକା ଆସିଲେ ତତ୍‌କ୍ଷଣାତ୍‌ ହେବ ଟିକାକରଣ: DMET

ଭୁବନେଶ୍ବର: କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ ପରେ ଆଜି DMET ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସୂଚନା ମୁତାବକ, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତ୍‌କ୍ଷଣାତ୍‌ ଟିକାକରଣ କରାଯିବ।

ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ କେନ୍ଦ୍ର ପାଖରେ ଦାବି କରିଛୁ। ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଡବେସ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ। ପ୍ରାଥମିକତା ଦେବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ସେରମ ସିଇଓଙ୍କ ସହ କଥା ହୋଇଥିଲେ।

ସେରମ୍‌ ପାଖରେ ୫ କୋଟି ଟିକା ଅଛି। ୨ ଦିନ ଭିତରେ ବିତରଣ ହୋଇପାରେ। କୋଭିସିଲ୍ଡର ୭୦ରୁ ୯୦ ଓ କୋଭାକ୍ସିନର ୯୦ ରୁ ୯୫% ଗୁଣବତ୍ତା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୩,୨୭ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି।

Comments are closed.