Odisha Link
Bridging the Missing Links in Odisha

‘ତ୍ରୀଭଙ୍ଗ’ରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିବେ କାଜୋଲ

ମୁମ୍ବାଇ: ବଲିଉଡ ଫିଲ୍ମ ‘ତ୍ରୀଭଙ୍ଗ’ରେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ବଲିଉଡକୁ ଚମକାଇବ। ଏହି ଫିଲ୍ମରେ ଅଭିନେତ୍ରୀ କାଜୋଲ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିବେ। ମୁଣ୍ଡରେ କିରଟି, ଅଣ୍ଟାରେ ବେଙ୍ଗପାଟିଆ ବାନ୍ଧି ଓଡ଼ିଶୀ ନୃତ୍ୟ ଗେଟଅପରେ କାଜୋଲ ନଜର ଆସିଛନ୍ତି।

ଅଭିନେତ୍ରୀ କାଜୋଲ ଡେବ୍ୟୁ ଫିଲ୍ମ ‘ତ୍ରୀଭଙ୍ଗ’ ସହିତ ଡିଜିଟାଲ ପ୍ଲାଟଫର୍ମରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ମଡର୍ଣ୍ଣ ଡ୍ୟାନ୍ସ ପରେ ସେ ଏବେ ଓଡ଼ିଶୀ ନୃତ୍ୟ ଆଡେ ମନ ବଳାଇଛନ୍ତି। ଏହି ଫିଲ୍ମଟି ଜାନୁଆରୀ ୧୫ ରେ ଅନଲାଇନ ଷ୍ଟ୍ରିମି ଜଏଣ୍ଟ ନେଟଫ୍ଲିସରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଫିଲ୍ମର ନାମ ତ୍ରୀଭଙ୍ଗ’ ଶବ୍ଦରୁ ଉତ୍ପନ୍ନ ୩ ଜଣ ମହିଳାଙ୍କ ଜୀବନ କାହାଣୀ ଉପରେ ଫିଲ୍ମଟି ଆଧାରିତ।

କଜୋଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଟିଜରକୁ ଶେଆର କରିଛନ୍ତି। ରେଣୁକା ସାହାଣେଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମକୁ ନେଇ କାଜୋଲ ବେଶ ଉତ୍ସାହିତ ଅଛନ୍ତି। ଏବେ କେବଳ ଲୋକଙ୍କ ରିଆକସନକୁ ଅପେକ୍ଷା। ଲୋକେ ଏହାକୁ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସେ କହିଛନ୍ତି।

Comments are closed.