Odisha Link
Bridging the Missing Links in Odisha

ମୁଣ୍ଡରେ କଟୁରୀ ରଖି ଲକ୍ଷାଧିକ ଟଙ୍କା ଲୁଟ୍

ବାଲିପାଟଣା: ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଦିନ ଦିପହରରେ ଲୁଟେରା ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା। ତେବେ ବାଲିପାଟଣା ଥାନା ସରାଟ ଗ୍ରାମ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି। ମୁଣ୍ଡରେ ମାରଣାସ୍ତ୍ର ଲଗାଇ ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି ଦୁଇ ଜଣ ଲୁଟେରା । ୧ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ସୂଚନା ଅନୁସାରେ, ଭୁବନେଶ୍ଵର ଝାରପଡା ଅଂଚଳର ସାଇ ଟ୍ରେଡିଙ୍ଗ ଲିମିଟେଡର କର୍ମଚାରୀ ରାଜେଶ ରାଉଳ ବାଲିପାଟଣା ଅଂଚଳରୁ ବାକି ଟଙ୍କା ସଂଗ୍ରହ କରି ଭୁବନେଶ୍ଵର ଫେରୁଥିବା ବେଳେ ସରାଟ ଗ୍ରାମ ମନ୍ତ୍ରୀ ପୋଖରୀ ନିକଟରେ ଦୁଇ ଜଣ ଲୁଟେରା ଏକ ବାଇକ୍‌ରେ ଆସି ରାଜେଶଙ୍କୁ ଅଟକାଇଥିଲେ।

ସଙ୍ଗେ ସଙ୍ଗେ ମୁଣ୍ଡରେ ଏକ କଟୁରୀ ଲଗାଇ ରାଜେଶଙ୍କ ଠାରୁ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇ ଯାଇଥିଲେ। ବାଲିପଟଣା ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ଛାନଭିନ୍ ଚଳାଇଛି । ଅନ୍ୟ ସ୍ଥାନମାନଙ୍କରେ ଲଗାଯାଇଥିବା CCTV ଭିଜୁଆଲ୍‌ରୁ ଲୁଟେରାଙ୍କୁ ଚିହ୍ନଟ କରାଯିବ ବୋଲି ପୋଲିସ କହିଛି

Comments are closed.