Odisha Link
Bridging the Missing Links in Odisha

ସେରମ୍ ଟିକା ପ୍ରସ୍ତୁତିକୁ ଅନୁମତି

ଭୁବନେଶ୍ବର: ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ କୋଭିସିଲ୍ଡ ଭ୍ୟାକ୍ସିନ୍‌ ତିଆରି କରିବାକୁ ଅନୁମତି। କୋଭିସିଲ୍ଡ ଭ୍ୟାକ୍ସିନ୍‌ ତିଆରି ନେଇ ଅନୁମତି ଦେଲେ DCGI। ବିକ୍ରି ଉଦ୍ଦେଶ୍ୟରେ ଟିକା ପ୍ରସ୍ତୁତି ପାଇଁ ସେରମ୍‌କୁ ମିଳିଛି ଅନୁମତି।

ଗତକାଲି ବିଶେଷଜ୍ଞ କମିଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଡିସିଜିଆଇ ଟିକା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଏହାର ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିଶ କରିଥିଲା।

କୋଭିସିଲ୍ଡ ଭ୍ୟାକ୍ସିନ୍ ଟୀକାକରଣ ପାଇଁ ବ୍ୟବହାର କରାଯିବ ଓ ଜଣେ ବ୍ୟକ୍ତିଙ୍କୁ ଏହି ଟୀକାର ୨ଟି ଡୋଜ ଦିଆଯିବ। ଡିସିଜିଆଇ ଅନୁଯାୟୀ, ସେରମ ପ୍ରତିଷ୍ଠାନ ତିଆରି ଟିକା କୋଭିସିଲ୍ଡର ସାମଗ୍ରିକ କ୍ଷମତା ୭୦.୪୨ ପ୍ରତିଶତ ରହିଛି।

Comments are closed.