Odisha Link
Bridging the Missing Links in Odisha

ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ରହିବ ଘନ କୁହୁଡ଼ି

ଭୁବନେଶ୍ବର : ରାଜ୍ୟର ଅନେକ ସ୍ଥାନରେ ୩ ଦିନ ପର୍ଯ୍ୟନ୍ତ ଦେଖାଯିବ ଘନ କୁହୁଡ଼ି। ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲା ଯଥା କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଧାରେ ଦେଖାଯିବ ଘନ କୁହୁଡ଼ି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଆକଳନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ବି ଅଧିକ ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମଙ୍ଗଳବାର ରାତିଠାରୁ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।୯ ତାରିଖ ଦିନ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ।

ସେହିପରି ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ୮ ଓ ୯ ତାରିଖରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ବଢ଼ିପାରେ। ସେହିପରି ୯ ତାରିଖରେ ପଶ୍ଚିମ ଓଡ଼ିଶା ଓ ସୀମାନ୍ତ ଉତ୍ତର ଓଡ଼ିଶାରେ ପାଗ କୋହଲା ରହିପାରେ ବୋଲି ସେ ଆକଳନ କରିଛନ୍ତି।

Comments are closed.