Odisha Link
Bridging the Missing Links in Odisha

ମାହାଙ୍ଗା ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଅଟକ

କଟକ : ବିଜେପି ନେତା ତଥା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତଙ୍କ ସହ ୪ ଜଣଙ୍କୁ ଅଟକ ରଖିଛି। ପୁଲିସ୍ ସେମାନଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୂଯାୟୀ, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କଟକ ଗ୍ରାମାଞ୍ଚଳ ପୁଲିସ୍‌ ପକ୍ଷରୁ ୫ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ ଗତକାଲି ରାତିରେ ମାହାଙ୍ଗର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏହି ଅଭିଯୁକ୍ତମାନଙ୍କୁ ଉଠାଇଛି। ପଚରାଉଚରା ପରେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

Comments are closed.