Odisha Link
Bridging the Missing Links in Odisha

ବ୍ରିଟେନରେ ପୁଣି ଲକଡ଼ାଉନ ଘୋଷଣା

ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ କାୟା ବିସ୍ତାର କରିବାରେ ଲାଗିଲାଣି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ମଙ୍ଗଳବାରଠାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

କରୋନାର ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ଘୋଷଣା କରିଛନ୍ତି। ଆସନ୍ତା ଫେବୃଆରୀ ମଧ୍ୟ ପର୍ଯ୍ୟନ୍ତ ଷ୍ଟେ ଅନ୍ ହୋମ୍ ଲକ୍‌ଡାଉନ୍‌ ବଳବତ୍ତର ରହିବ। ଘାତକ କରୋନା ଭାଇରସଠାରୁ ଦୂରରେ ରହିବାକୁ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ମଙ୍ଗଳବାରଠାରୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। କେବଳ ଜରୁରୀ କାମରେ ଲୋକେ ଘରୁ ବାହାରକୁ ଯାଇ ପାରିବେ। ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି ଯେ, ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ।

ନିୟମିତ ଭାବେ ମାସ୍କ ପିନ୍ଧନ୍ତୁ। ବ୍ରିଟେନରେ କ୍ଷୀପ୍ର କ୍ଷତିରେ କରୋନା ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୮୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।

Comments are closed.