Odisha Link
Bridging the Missing Links in Odisha

ଚିଲିକାରେ ଚାଲିଛି ବିଦେଶାଗତ ପକ୍ଷୀ ଗଣନା

ଚିଲିକା: ଲୁଣା ହ୍ରଦ ଚିଲିକାରେ ଚାଲିଛି ବିଦେଶାଗତ ପକ୍ଷୀଙ୍କ ଗଣନା। ଆଜି ସକାଳ ୬ଟାରୁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ପକ୍ଷୀ ଗଣନା  ଆରମ୍ଭ ହୋଇଛି। ଏଥିପାଇଁ ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି ଟିମ ଗଠନ କରାଯାଇଛି।

ଏହି ଟିମରେ ପାଖାପାଖି ୧୧୧ ଜଣ ସଦସ୍ୟ ରହିଛନ୍ତି। ଏହାସହ ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।୨୧ଟିମ ମଧ୍ୟରୁ ୧୯ଟି ଟିମ ଜଳଭାଗରେ ଏବଂ ୨ଟି ଟିମ୍ ସ୍ଥଳଭାଗରେ ଗଣନା କାର୍ଯ୍ୟ କରିବେ।

ପକ୍ଷୀ ଗଣତି ନେଇ ଚିଲିକା ଡେଭଲପମେଣ୍ଟ ଅଥରିଟି CDA କାର୍ଯ୍ୟାଳୟରେ ଏ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ସଦସ୍ୟ ମାନଙ୍କୁ ପକ୍ଷୀ ଗଣନା ବିଷୟରେ ସୂଚନା ଦିଆଯାଇଥିଲା।

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳରେ ମଧ୍ୟ ଚାଲିଛି ପକ୍ଷୀ ଗଣନା। ପକ୍ଷୀ ମାନଙ୍କର ସଂରକ୍ଷଣ, ସେମାନଙ୍କ ପ୍ରଜାପତିର ଚିହ୍ନଟଓ ଗତିବିଧିକୁ ଜାଣିବା ପାଇଁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି।

ମୟୁରଭଞ୍ଜ ଜିଲ୍ଲାର ତିନୋଟି ବନଖଣ୍ଡ ଅଧିନ ପାଉଁଶିଆ, ହଳଦିଆ, କାଳ, ନେସା, ବାଙ୍କବଳ, ସମେତ ଶହେରୁ ଅଧିକ ଜଳାଶୟରେ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯାଉଛି । ପକ୍ଷୀ ଗଣନା କାର୍ଯ୍ୟରେ ବନବିଭାଗ ଅଧିକାର ,ବନପାଳ, ପକ୍ଷୀ ଗବେଷକ ମାନେ ନିୟୋଜିତ ହୋଇ ପକ୍ଷୀ ମାନଙ୍କର ରେକର୍ଡ ରଖିବେ । ଜିପିଏସ୍ କ୍ୟାମେରାରେ ଚାଲିଛି ଏହି ପକ୍ଷୀଗଣନା ।

Comments are closed.