Odisha Link
Bridging the Missing Links in Odisha

ଗାଈ ପାଟିରେ ଫୁଟିଲା ବୋମା

ଖଲ୍ଲିକୋଟ: ବୋମା ଖାଇ ଗାଈ ଗୁରୁତର। ଏହି ଅଭାବନୀୟ ଘଟଣାଟି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗାଁରେ ଘଟିିଛି। ବିଲରେ ଚରୁଥିବା ବେଳେ ବୋମାଟିକୁ ଗାଈ ଚୋବାଇ ଦେଇଥିଲା । ସୂଚନା ଅନୁସାରେ, କେନ୍ଦୁପାଟ ଗାଁର କିଛି ଦୁର୍ବୃତ୍ତ ନିୟମିତ ଭାବେ ବାର୍‌ହା ଶିକାର କରିବା ପାଇଁ ବିଲରେ ବୋମା ରଖନ୍ତି।

ଗତକାଲି ସନ୍ଧ୍ୟାରେ ଗାଁର ସୁଦୁରୁ ରାଉତଙ୍କ ଗାଈ ଚରିବାକୁ ଯାଇ ଘରକୁ ଫେରି ନଥିଲା। ବହୁ ଖୋଜାଖୋଜି ପରେ ଗାଈଟି ଗାଁ ନିକଟସ୍ଥ ଜଗାଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସୁଦୁରୁ ଗାଁର ଜଣେ ବ୍ୟକ୍ତିଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ପାଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ୍‌ ଟିମ୍‌ କେନ୍ଦୁପାଟ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଅଭିଯୁକ୍ତ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.