Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ଦର୍ଶନ ନପାଇ ବଡ଼ଦାଣ୍ଡରୁ ଫେରୁଛି ଭକ୍ତ

ପୁରୀ: କରୋନା ଯୋଗୁଁ ଦୀର୍ଘ ୯ ମାସ ପରେ ସାଧାରଣ ଭାବେ ଖୋଲିଛି ଶ୍ରୀମନ୍ଦିର। ହେଲେ ଏବେ ବି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ କରୋନା ବାଡ଼ ସାଜିଛି। ମନ୍ଦିର ଭିତରକୁ ସବୁଙ୍କୁ ଅନୁମତି ଥିଲେ ମଧ୍ୟ ସଂହଦ୍ୱାରରୁ ନିରାଶ ହୋଇ ଫେରୁଛନ୍ତି ଭକ୍ତ। କାରଣ ଶୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ତଥା ଭକ୍ତଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ଯେଉଁମାନଙ୍କ ପାଖରେ ଖୋଭିଡ୍‌ ରିପୋର୍ଟ ନାହିଁ ସେମାନଙ୍କୁ ମନ୍ଦିର ଭିତରକୁ ଅନୁମତି ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି। ତେଣୁ ଅନେକ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳୁନାହିଁ। ଭକ୍ତ ଆଉ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପୁରୀରେ ବାହାର ଲୋକଙ୍କ ପାଇଁ କୋଭିଡ୍ ପରୀକ୍ଷା ନେଇ ବ୍ୟବସ୍ଥା କରିବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି।

କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଥିବାରୁ ବହୁ ଭକ୍ତ ରିପୋର୍ଟ ନଆଣି ଦର୍ଶନରୁ ବଞ୍ଚି ହେଉଛନ୍ତି। ତେଣୁ ପ୍ରଶାସନ କୋଭିଡ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଇଛି। ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ପରି ପୁରୀରେ କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା କରିବାକୁ ଭକ୍ତ ଦାବି କରିଛନ୍ତି।

ଭକ୍ତଙ୍କ ଦାବିକୁ ସମର୍ଥନ କରିଛନ୍ତି ଶୀମନ୍ଦିର ସେବାୟତ। ପ୍ରଶାସନ ଭକ୍ତଙ୍କ ସୁବିଧା ପାଇଁ କୋଭିଡ ପରୀକ୍ଷା ବ୍ୟବସ୍ଥା କରିବାକୁ ସେବାୟତ ଦାବି କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀମନ୍ଦିର ଉନୟନ ପ୍ରଶାସକ କହିଛନ୍ତି।

Comments are closed.