Odisha Link
Bridging the Missing Links in Odisha

ମାହାଙ୍ଗା ଡବଲ ମର୍ଡ଼ର ମାମଲା, ୪ ଅଭିଯୁକ୍ତ ଗିରଫ

ସାଲେପୁର: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। କଟକ ଗ୍ରାମାଞ୍ଚଳ ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତ ଚାଲୁ ରହିଛି ବୋଲି ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର କହିଛନ୍ତି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ପୁଲିସ୍ ଜବତ କରିଛି।

ସୂଚନାଯୋଗ୍ୟ, ଗତ ଶନିବାର କୁଳମଣି ଓ ତାଙ୍କ ସହଯୋଗୀ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ କୁଳମଣିଙ୍କର ମୃତ୍ୟୁ ଘଟିଥିବା ବେଳେ ବଡ଼ ମେଡିକାଲ୍‌ରେ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା।

ଏହି ମାମଲାର ତଦନ୍ତ ପାଇଁ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନେତୃତ୍ୱରେ ୫ଟି ଟିମ୍‌ ଗଠନ କରାଯାଇଛି। ଆଜି ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ମାହାଙ୍ଗା ପୁଲିସ୍‌। ପରେ ମୁଖ୍ୟଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳ କିଶୋର କହିଛନ୍ତି।

Comments are closed.