Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀମାନଙ୍କ କୋଭିଡ ଟେଷ୍ଟ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ: ସମୀର ଦାସ

ଭୁବନେଶ୍ବର: ୮ ତାରିଖରେ ଖୋଲିବ ସ୍କୁଲ। ଏ ନେଇ ରାଜ୍ୟରେ ସମସ୍ତ ସ୍କୁଲରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ହେଲେ ଏହାରି ମଧ୍ୟରେ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପଢ଼ିବେ। ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛିା ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିୟୁକ୍ତ ହୋଇଛନ୍ତି ।

ସେମାନେ ଜିଲ୍ଲାପାଳ ଓ ଡିଆଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ। ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶହେ ଦିନ ପାଠପଢାର ଆବଶ୍ୟକତା ରହୁଛି। ରବିବାରଦିନ ପାଠ ନ ପଢାଇଲେ ଶହେ ଦିନ ହେବନି। ବର୍ତମାନ ପିଲାଙ୍କ କୋଭିଡ ଟେଷ୍ଟ ହେବା ନେଇ ନିଷ୍ପତି ହୋଇନି । ସ୍ୱାସ୍ୟ ବିଭାଗ କହିଲେ କରିବୁ। ସିଲାବସ ୩୦ ପ୍ରତିଶତ କମିଛି। ଆଉ କମିବାର ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Comments are closed.