Odisha Link
Bridging the Missing Links in Odisha

ଦୀର୍ଘ ନଅ ମାସ ବ୍ୟବଧାନ ପରେ ଖୋଲିଲା ଦ୍ଵିତୀୟ ଶ୍ରୀକ୍ଷେତ୍ର

ବାରିପଦା: ରାଜ୍ୟର ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ଆଜିଠୁ ଖୋଲିଲା । କରୋନା ମହାମାରୀ କାରଣରୁ ରାଜ୍ଯର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରାଯାଇଥିଲା।

ତେବେ ଆଜି ସକାଳୁ ବାରିପଦା ଜଗନ୍ନାଥ ମନ୍ଦିର ଖୋଲିବା ପରେ ସାଧାରଣ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ସେବାୟତମାନେ ସାନିଟାଇଜ ବ୍ୟବହାର କରିବା ସହିତ ସମସ୍ତଙ୍କ ନିମନ୍ତେ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପୌଷ ମାସ ସକାଳୁ ଆଜି ବାରିପଦା ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତି ସମ୍ପନ୍ନ ହୋଇଅଛି।

ବାରିପଦା ସହ ଖିଚଂ ମନ୍ଦିର, କଖାରୁଆ ବୈଦ୍ୟନାଥ ମନ୍ଦିର, ଶିମିଳେଶ୍ଵର ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକା ଦେବୀଙ୍କ ପରି ସମସ୍ତ ମନ୍ଦିର ମଧ୍ୟ ଖୋଲାଯାଇଛି। ଆଜି ବାରିପଦା ଜଗନ୍ନାଥ ମନ୍ଦିରକୁ ଫୁଲରେ ସୁନ୍ଦର ଭାବରେ ସଜା ଯାଇଥିବା ବେଳେ ଅଳ୍ପ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଛଡ଼ା ଯାଉଛି।

Comments are closed.