Odisha Link
Bridging the Missing Links in Odisha

୩୫ ବର୍ଷ ବୟସରେ ପାଦ ଥାପିଲେ ଦୀପିକା

ମୁମ୍ବାଇ: ଆଜି ବଲିଉଡ ସୁନ୍ଦରୀ ଦୀପିକା ପାଦୁକୋନଙ୍କ ଜନ୍ମ ଦିନ । ସେ ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି। ସେ ନିଜର ଦମ୍ ଦାର ଅଭିନୟରେ ଅନେକ ଦର୍ଶକଙ୍କ ମନ ଜିଣିଛନ୍ତି ।  ୧୯୮୬ ମସିହା ଜାନୁୟାରୀ ୫ ରେ ଡେନମାର୍କରେ ଜନ୍ମଗ୍ରହଣ କରିଥିଲେ ଦୀପିକା।

ସେ ୨୦୦୭ରେ ସିନେମା ‘ଓମ୍ ଶାନ୍ତି ଓମ୍‌’ରେ ଅଭିନୟକରି ବଲିଉଡ଼ରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଅନେକ ସିନେମାତ୍ ଅଭିନୟକରି ନିଜକୁ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପରିଚିତକରିଛି ସିନେମାଗୁଡ଼ିକହେଲା ,ଲଭ୍ ଆଜକଲ୍, ପିକୁ ,ଚେନ୍ନାଇ ଏକ୍ସପ୍ରେସ, ହାପି ନ୍ୟୁ ଇୟର , ଛପାକ ଇତ୍ୟାଦି। ତେବେ ଦୀପିକା ନିଜ ପ୍ରେମିକ ତଥା ବଲିଉଡ଼ ଅଭିନେତା ରଣବୀର ସିଂ ୨୦୧୮ରେ ବିବାହ କରିଥିଲେ ।

ଦୀପିକା କୁହନ୍ତି ତାଙ୍କ ସଫଳତାର ମନ୍ତ୍ର ହେଉଛି ଥ୍ରୀ ଡି। ଯେତେବେଳେ ସେ ବଡ ହେଉଥିଲେ ସେତେବେଳେ ତାଙ୍କ ପିତା ତାଙ୍କୁ,ସବୁବେଳେ ଥ୍ରୀ ଡି ମନେ ରଖିବାକୁ କହୁଥିଲେ । ପ୍ରଥମ ହେଲା ଡିସିପ୍ଲିନ୍‌, ଦ୍ୱିତୀୟରେ ଡେଡିକେସନ୍ ଏବଂ ତୃତୀୟରେ ଡିଟରମେଶନ୍ ।

Comments are closed.