Odisha Link
Bridging the Missing Links in Odisha

ଲକ୍ଷାଧିକ ଟଙ୍କାର କାଠ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍‌ ଦୁଆଘାଟ ଗାଁରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ କାଠ ଜବତ। ବନବିଭାଗ ଓ ପୁଲିସର ମିଳିତ ଚଢାଉରେ ବିପୁଳ ପରିମାଣର କାଠ ଜବତ ହୋଇଛି।

ପ୍ରକାଶ ଯେ, ଚୋରା କାଠ କାରବାର ଅଭିଯୋଗ ଆଧାରରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍ ଦୁଆଘାଟ ଗାଁରେ ବନ ବିଭାଗ ଓ ପୁଲିସର ମିଳିତ ଚଢ଼ାଉ କରିଥିଲା। ଗାଁର ଦେବବ୍ରତ ରାଉତଙ୍କ ଘରୁ ଲକ୍ଷାଧିକ ଟଙ୍କାର ପଟା ଓ ଚୌକାଠ ଜବତ ହୋଇଛି।

ଏ,ସି,ଏଫ୍ ଘନଶ୍ୟାମ ମହାନ୍ତିଙ୍କ ନେତୃତ୍ୱରେ ପାଟଣା ରେଞ୍ଜର ,ଚମ୍ପୁଆ ରେଞ୍ଜର ସମେତ ପାରା ଷ୍ଟାଫ ଓ ତୁରୁମୁଙ୍ଗା ପୁଲିସର ମିଳିତ ଚଢ଼ାଉରେ ଜବତ ହୋଇଛି। ଲକ୍ଷାଧିକ ଟଙ୍କାର ପଟା ଓ ଚୌକାଠ ଜବତ ହୋଇଛି । ତେବେ ଏହି ଚଢ଼ାଉ ପୂର୍ବରୁ ଘର ମାଲିକ ଦେବବ୍ରତ ରାଉତ ଘରୁ ଫେରାର ହୋଇଯାଇଥିବା ଏ,ସି, ଏଫ, ଘନଶ୍ୟାମ ମହାନ୍ତ ସୂଚନା ଦେଇଛନ୍ତି।

Comments are closed.