ଆରଏସ୍ପିରେ ଗ୍ୟାସ୍ ଲିକ୍; ୨ ମୃତ
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ୟାସ ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଅସୁସ୍ଥ ହୋଇଥିବା ସମସ୍ତ ଠିକା ଶ୍ରମିକ ଷ୍ଟାର ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ବୋଲି ସୂଚନା ମିଳିଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଛି। ଆରଏସପିର ବରିଷ୍ଠ ଅଧିକାରୀ, ସୁରକ୍ଷା ବିଭାଗର ଅଧିକାରୀ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଘଟଣାକୁ ନେଇ ଶ୍ରମିକ ସଂଗଠନ ମହଲରେ ଆସନ୍ତୋଷ ଦେଖାଦେଇଛି। ଗ୍ୟାସ ଲିକ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
Comments are closed.