Odisha Link
Bridging the Missing Links in Odisha

କଟକରୁ ନକଲି ଚା’ ପତି ଜବତ

କଟକ: କିଛି ଦିନ ହେବ କଟକରୁ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଜବତ କରାଯାଇଛି। ଆଜି ପୁଣି ସହରର ଏକ ଅପମିଶ୍ରିତ ଚା’ ଗୋଦାମ ଠାବ କରିଛି ପୋଲିସ। ସହରର ମୁକାମେଶ୍ୱର ଗାଁରୁ ଏକ ଚା’ ଗୋଦାମ ଠାବ ହୋଇଛି।

ସଦର ପୋଲିସ ଏଠାରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି। ଏହାସହ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ଚଢାଉ ବେଳେ ୭ କ୍ୱିଣ୍ଟାଲରୁ ଅଧିକ ନକଲି ଚା ପତି ଜବତ କରାଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ଚା ପତିକୁ ଅପମିଶ୍ରିତ କରାଯାଉଥିବା ସୂଚନା ମିଳିଛି।

Comments are closed.