Odisha Link
Bridging the Missing Links in Odisha

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟ ନୁହେଁ: ଡିଏମ୍‌ଇଟି

ଭୁବନେଶ୍ୱର: ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ ବୋଲି ସୂଚନା ଦେଇଛନ୍ତି ଡିଏମଇଟି। ତାଙ୍କ ସୂଚନା ଅନୁଯାୟୀ ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ହିଁ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ୧୦ ଦିନରେ ଟିକା ପହଞ୍ଚିବ। ଟିକା ପହଞ୍ଚିବାର ଦିନେ ଦୁଇ ଦିନ ଭିତରେ ଟିକାକରଣ ହେବ। ୨ଟି ଡୋଜରେ ଟିକା ଦିଆଯିବ।

ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ବୋଲି ଡିଏମଇଟି ସୂଚନା ଦେଇଛନ୍ତି। ପୂର୍ବରୁ ଡିଏମଇଟି ସୂଚନା ଦେଇ କହିଥିଲେ ଯେ, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ ଟିକାକରଣ କରିବୁ। ୨ଟି ଟିକାକୁ ଡିସିଜିଆଇ ଅନୁମୋଦନ ପରେ ଡିଏମଇଟିଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।

Comments are closed.