Odisha Link
Bridging the Missing Links in Odisha

ସୋନୁ ସୁଦ୍‌ଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ରିଲ୍‌ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ବିଏମ୍‌ସି ସୋନୁଙ୍କ ନାଁରେ ଆଣିଛି ଏକ ସାଙ୍ଘାତିକ ଅଭିଯୋଗ। ମୁମ୍ବାଇ ପୁଲିସ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି୍।

ସୋନୁଙ୍କ ମୁମ୍ବାଇ ଜୁହୁ ସ୍ଥିତ ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ବ୍ୟବସାୟୀକ ପ୍ରତିଷ୍ଠାନରେ ପରିଣତ କରିଦେଇଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍‌ସି ଅଭିଯୋଗ ଆଣିଛି।

ବିଏମ୍‌ସି ଗତ ୪ ତାରିଖରେ ଏହି ଘଟଣାରେ ଜୁହୁ ପୁଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲା। ଅଭିଯୋଗରେ କୁହାଯାଇଥିଲା ଯେ, ସୋନୁ ସୁଦ ଶକ୍ତିସାଗର ବିଲ୍ଡିଂକୁ ବିନା ସରକାରୀ ଅନୁମତିରେ ହୋଟେଲରେ ପରିଣତ କରି ଦେଇଛନ୍ତି। ତାଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ ପ୍ଲାନିଂ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ବିଏମ୍‌ସି ନିବେଦନ କରିଥିଲା।

ସୋନୁ ସୁଦ ଏହି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମ୍‌ସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରି ନାହିଁ। ଅନୁମତି ପାଇଁ ଅପେକ୍ଷା କରିଥିବା ସୋନୁ କହିଛନ୍ତି।

Comments are closed.