Odisha Link
Bridging the Missing Links in Odisha

ଆସନ୍ତା କାଲି ମକର ସଂକ୍ରାନ୍ତି, କାହିଁକି ପାଳନ କରାଯାଏ ଜାଣନ୍ତୁ…

ଓଏଲ୍‌ବ୍ୟୁରୋ: ଆସନ୍ତାକାଲି ମକର ସଂକ୍ରାନ୍ତି। ସାରା ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, କେରଳ ତଥା ଅଣ୍ଡର ପ୍ରଦେଶରେ ସଂକ୍ରାନ୍ତି, ଗୋଆ, ଓଡିଶା, ହରିୟାଣା, ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି କୁହାଯାଏ।

ପରମ୍ପରା ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ପ୍ରତି ବର୍ଷ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି ପାଳନ କରାଯାଏ। ମକର ସଂକ୍ରାନ୍ତିରେ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି। ମକର ସଂକ୍ରାନ୍ତି ଦିନ ଖେଚେଡ଼ି ପ୍ରସ୍ତୁତ କରି ଏହାକୁ ଖାଇବାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଣ୍ଟା ଯାଏ। ଅନେକ ସ୍ଥାନରେ ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି।

ବହୁ ସ୍ଥାନରେ ଏହାକୁ ଖେଚେଡ଼ିର ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ଚାଉଳକୁ ଚନ୍ଦ୍ରମାଙ୍କର ଏବଂ ବିରି ଡ଼ାଲିକୁ ଶନିଙ୍କ ପ୍ରତୀକ ବୋଲି କୁହାଯାଇଥାଏ। ସବୁଜ ପନିପରିବା ବୁଧ ଗ୍ରହ ସହ ଜଡ଼ିତ। ମାନ୍ୟତା ରହିଛି ଯେ, ଖେଚେଡ଼ିର ଉତ୍ତାପ ମଙ୍ଗଳ ସୂର୍ୟ୍ୟଙ୍କ ସହ ଜଡ଼ିତ। ଏହି ଦିନରେ ନୂଆ ଚାଉଳର ଭାତ ଖାଇବା ଦ୍ୱାରା ବର୍ଷସାରା ଶରୀର ଆରୋଗ୍ୟ ରହିଥାଏ। ତେଣୁ ଏହି ଦିନରେ ଖେଚେଡ଼ି ଖାଇବା ଦ୍ୱାରା ଜାତକରେ ଗ୍ରହ ସ୍ଥିତି ଭଲ ରହିବା ସହ ଶରୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

 

Comments are closed.