Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର: ପୁଣି ବଢ଼ିଲା ପେଟ୍ରୋଲ ଓ ଡ଼ିଜେଲ୍ ଦର। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବାରୁ ଦେଶରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କା ପାର୍‌ କରିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କା ୧୧ ପଇସା ରହିଛି। ଡ଼ିଜେଲ ଦାମ୍ ୮୧ ଟଙ୍କା ୩୧ ପଇସା ରହିଛି।

ଆଜି ମୁମ୍ବାଇରେ ପେଟ୍ରୋଲ ଦାମ୍ ୯୧ ଟଙକା ୭ ପଇସା ବୃଦ୍ଧି ପାଇଥିବା ବେଳେ ଡ଼ିଜେଲ ଦାମ୍ ୮୧ ଟଙ୍କା ୩୪ ପଇସା ରହିଛି। ଦିଲ୍ଲୀରେ ପେଟ୍ରୋଲ ଦାମ୍ ୮୪ ଟଙ୍କା ୪୫ ପଇସା ଓ ଡ଼ିଜେଲ ୭୪ ଟଙ୍କା ୬୩ ପଇସା ରହିଛି। ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଡ଼ିଜେଲ ଦର ଅଧିକ ରହିଛି। ଡ଼ିଜେଲ ଦାମ୍ ଦିଲ୍ଲୀ ତୁଳନାରେ ୬ଟଙ୍କା ଅଧିକ ରହିଛି। ଜାନୁଆରୀ ୬ରୁ ଦର ବୃଦ୍ଧି ଜାରି ରହିଛି।

Comments are closed.