Odisha Link
Bridging the Missing Links in Odisha

ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ

ନବରଙ୍ଗପୁର: ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଅନ୍ତର୍ଗତ ଚକଲାପଦର ଘାଟି ପାଖରେ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚଚା ଗ୍ରାମର ରାଜେନ୍ଦ୍ରୀ ସିଂହ ଯାଦବ ଏବଂ ମନ ମାଝୀ ଦୁହେଁ ମିଶି ଏକ ବାଇକ ଯୋଗେ କଂଗ୍ରା ଗ୍ରାମର ସାପ୍ତାହିକ ହାଟକୁ ଯାଉଥିଲେ। ହାଟରେ ବ୍ୟବସାୟ ପାଇଁ ରାଜେନ୍ଦ୍ରୀ ଗୋଟିଏ ବ୍ୟାଗରେ ୪ ଲକ୍ଷ ଟଙ୍କା ସାଙ୍ଗରେ ନେଉଥିଲେ।

ତେବେ ଚକଲାପଦର ଘାଟି ପାଖରେ କିଛି ଦୁର୍ବୃତ୍ତ ପଲସର ଗାଡ଼ିରେ ଆସି ବ୍ୟବସାୟୀଙ୍କୁ ଆକ୍ରମଣ କରି ଵ୍ୟାଗରେ ଥିବା ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ରାଜେନ୍ଦ୍ରୀଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା।

ତାଙ୍କୁ ପ୍ରଥମେ ନବରଙ୍ଗପୁର ଡାକ୍ତରଖାନା ଏବଂ ପରେ ବିଶାଖାପାଟଣାକୁ ନେଇଥିବା ସୂଚନା ମିଳିଛି। ଖବର ପାଇ ଝରିଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.