Odisha Link
Bridging the Missing Links in Odisha

ଜାଣନ୍ତୁ ଏଭଳି ଏକ ସହର, ଯେଉଁଠି ୭୦ ବର୍ଷ ହେଲା କାହାର ମୃତ୍ୟୁ ହୋଇନାହିଁ

ନରୱେ: ପୃଥିବୀରେ ଏମିତି ଏକ ସହର ରହିଛି ଯେଉଁଠି କାହାର ମୃତ୍ୟୁ ହୋଇ ନାହିଁ। ବର୍ଷ କି ଦୁଇ ବର୍ଷ ନୁହେଁ ଗତ ୭୦ ବର୍ଷ ହେଲା ସେହି ସହରରେ କାହାର ମୃତ୍ୟୁ ହୋଇ ନାହିଁ। ଆପଣଙ୍କୁ କଥାଟା ବିଶ୍ବାସ ହେଉ ନଥାଇ ପାରେ ମାତ୍ର ଏହା ସତ।

ଏହା ଏମିତି ଏକ ସହରର ଯେଉଁଠି କେହି ମୃତ୍ୟୁବରଣ କରନ୍ତି ନାହିଁ । କୌଣସି ବ୍ୟକ୍ତିର ମୃତ୍ୟୁ ସମୟ ଆସିଲେ ତାଙ୍କୁ ହେଲିକପଟରରେ ଅନ୍ୟ ଏକ ଅଞ୍ଚଳକୁ ନିଆଯାଏ, ଯେଉଁଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । କାରଣ ଏହି ସହରରେ ମୃତ୍ୟୁ ଉପରେ ପ୍ରଶାସନର ପ୍ରତିବନ୍ଧକ ରହିଛି ।

ଏହି ସହର ହେଉଛି ନରୱେର ଲାଁଲ୍ଗଇୟରବେନ୍ ଅଞ୍ଚଳ। ଉତ୍ତର ଗୋଲାର୍ଧର ଶୀର୍ଷ ଓ ନରୱେ ମଧ୍ୟରେ ଏହା ଏମିତି ଏକ ଦ୍ବୀପ, ଯେଉଁଠି ମରିବା ଉପରେ ରହିଛି କଟକଣା। ଏହି ଦ୍ବୀପର ଜଳବାୟୁ ଅତି ଶୀତଳ। ଏପରିକି ପାଣି ମୁହୂର୍ତ୍ତକ ମଧ୍ୟରେ ବରଫ ହୋଇଯାଇଥାଏ। ଶୀତଦିନେ ଅସମ୍ଭାଳ ଶୀତ ହୁଏ। ଏପରିକି କୌଣସି ବ୍ୟକ୍ତି ମୃତ୍ୟୁବରଣ କଲେ ମଧ୍ୟ ତାର ଶବ ପଚିଯାଇ ନ ଥାଏ ଓ ଦୀର୍ଘଦିନ ଧରି ତାହା ନଷ୍ଟ ହୋଇ ନ ଥାଏ।

ଏପରିକି ୨୦୧୭ ମସିହାରେ ଫ୍ଲୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶରୀର ସତେଜ ଥିବା ଓ ୭୦ ବର୍ଷ ଧରି ସମ୍ପୃକ୍ତ ଶବ ଦେହରେ ଭୂତାଣୁ ଜୀବିତ ଥିବା ଦେଖାଯାଇଛି। ତେଣୁ ସେ ଦେଶର ସରକାର ଏହି ସହରରେ ମୃତ୍ୟୁ ଉପରେ କଟକଣା ଲଗାଇଛନ୍ତି। ଯଦି କୌଣସି ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାନ୍ତି ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଅନ୍ୟ ଦେଶକୁ ନିଆଯାଏ। ସେଠାରେ ତାଙ୍କର ମୃତ୍ୟ ହେବା ପରେ ସେଠାରେ ହିଁ ପୋତି ଦିଆଯାଏ। ସେହିପରି ଯଦି କୌଣସି ବ୍ୟକ୍ତିଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଦରକାର ପଡେ ତଥାପି ତାଙ୍କୁ ହେଲିକପ୍ଟରେ ନିଆଯାଇ ପରବର୍ତ୍ତୀ ସମୟରେ ପୁଣି ଆଣି ଛାଡି ଦିଆଯାଏ।

 

Comments are closed.