Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ଦୁର୍ଘଟଣା

ଭୋପାଳ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା । ଫଳରେ ୨ଜଣ ଆହତ ହୋଇଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିର କିଛି କ୍ଷତିଗ୍ରସ୍ତ ହୋଇନାହିଁ।

ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର ଗ୍ୟାସ୍ ପ୍ଲାଣ୍ଟ ଓ ଏକ ବିଦ୍ୟାଳୟର ଭବନ ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ ପଛେ ପଛେ ଆସୁଥିବା ଦୁଇଟି ଗାଡ଼ି ଭିତରେ ଧକ୍କା ହୋଇଥିଲା।  ବେତୁଲର ଏସଡିଏମ୍ ସିଏଲ୍ ଚିନାପଙ୍କ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ତାହା ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିକୁ ପିଟିଥିଲା।

ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିରେ ଥିବା ନିରାପତ୍ତା ରକ୍ଷୀ ବିବେକ ବର୍ମା ଗୁରୁତର ଆହତ ହୋଇଥିଲେ। ଅପରପକ୍ଷରେ ବିଧାୟକଙ୍କ ଗାଡ଼ି ଭିତରେ ବସିଥିବା ସାଂସଦ ଦୁର୍ଗାଦାସ ଉଇକେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Comments are closed.