ପୁଣି ହେବ ଡଲଫିନ୍ ଗଣନା

ରାଜନଗର: ପୁଣି ଭିତରକନିକା ଓ ଗହୀରମଥାରରେ ହେବ ଡଲଫିନ୍ ଗଣନା। ଚଳିତ ମାସ ୧୭ ତାରିଖରେ ଡଲଫିନ୍ ଗଣନା କରାଯାଇଥିଲା । ସେଦିନ ପାଗ ଅନୁକୂଳ ନଥିବାରୁ ଅଧିକାଂଶ ସ୍ଥାନରେ ଡଲଫିନ୍ ମିଳିନଥିଲା।
ଆଜି ଠାରୁ ୯ଟି ଟିମ୍ ଡଲଫିନ୍ ଗଣନା ଆରମ୍ଭ କରିବେ।ଧାମରା ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଡଲଫିନ୍ ଗଣନା କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ଆଉଟର୍ ହୁଇଲରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ୱୁ ଖରନାସିରୁ ହୁକିଟୋଲା, ପାରାଦୀପରୁ ଜଟାଧାରୀ ମୁହାଣ ଓ ଦେବୀ ମୁହାଣରୁ ଜଟାଧାରୀ ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଟିମ୍ ଡଲ୍ଫିନ୍ ଗଣନା କରିବେ। ଡଲ୍ଫିନ୍ ବିଶାରଦ ଡ. ମୁନ୍ତାଜ ଖାଁଙ୍କ ନେତୃତ୍ୱରେ ପ୍ରତି ଗ୍ରୁପ୍ରେ ୩ରୁ ୫ଜଣ ଲେଖାଏଁ ସଦସ୍ୟ ରହିବେ। ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, ବ୍ରିଜରେ ୪ଟି ଟିମ୍ ଗଣନା କରିବେ ବୋଲି ସୂଚନା ମିଳିଛି ।
Comments are closed.