ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ
ଭୁବନେଶ୍ବର: ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ। ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ ସେଠାରେ କାହ୍ନା ଅଭୟାରଣ୍ୟରେ ରଖାଯିବ। ସେଠାରେ ତାର ଜଙ୍ଗଲୀ ସ୍ୱଭାବକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ ବୋଲି କୁହାଯାଇଛି।
ଦୁଇ ବର୍ଷ ତଳେ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ହେଲେ ସେଠାରେ ତାର ରହିବାକୁ ନେଇ ବିବାଦ ଦେଖା ଦେଇଥିଲା। ଏହାପରେ ମଧ୍ୟପ୍ରଦେଶ ହାଇକୋର୍ଟ ବାଘୁଣୀ ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ଏବେ ସୁନ୍ଦରୀକୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
Comments are closed.