Odisha Link
Bridging the Missing Links in Odisha

କାଲିଫର୍ଣ୍ଣିଆରେ ବାପୁଙ୍କୁ ଅସମ୍ମାନ: ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ଭାରତର କଡ଼ା ନିନ୍ଦା

କାଲିଫର୍ଣ୍ଣିଆ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ। କାଲିଫର୍ଣ୍ଣିଆର ଡେଭିସ୍‌ ସହରର ସେଣ୍ଟ୍ରାଲ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଜାନୁଆରୀ ୨୮ ତାରିଖରେ ଏହି ପ୍ରତିମୂର୍ତ୍ତି ଭଙ୍ଗା ଯାଇଥିବା ସୁୂଚନା ରହିଛି। ସୂଚନାଯୋଗ୍ୟ, ୨୦୧୬ ମସିହାରେ ଏହି ପ୍ରତିମୂର୍ତ୍ତିକୁ ଭାରତ ସରକାର ଉପହାର ସ୍ବରୂପ ପ୍ରଦାନ କରିଥିଲେ।

ଓ୍ୱାଶିଂଟନ ଡିସିରେ ଭାରତୀୟ ଦୂତାବାସ ଏହି ମାମଲାରେ ତଦନ୍ତ ଦାବି କରିଛନ୍ତି । ଏହାସହ ଏପରି କାମ କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରାଯାଇଛି। ସାନ୍ ଫ୍ରାନସିସ୍କୋରେ ମଧ୍ୟ ଭାରତ ମହାବାଣିଜ୍ୟ ଦୂତାବାସ ପୃଥକ ଭାବେ ଡେଭିସ୍ ସହର ଓ ସ୍ଥାନୀୟ ପ୍ରଶାସନ ସମ୍ମୁଖରେ ମାମଲା ଉଠାଇଛନ୍ତି। ତେବେ ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ରହିଛି।

ଅନ୍ୟପକ୍ଷେ ଡେଭିସର ମେୟର ଏହି ଘଟଣା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ କହିଛନ୍ତି ମାମଲାର ତଦନ୍ତ ଆରମ୍ଭ କରାଯାଇଛି। ସେ କହିଛନ୍ତି, ଏଭଳି ଘୃଣିତ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଛଡାଯିବ ନାହିଁ।

Comments are closed.