Odisha Link
Bridging the Missing Links in Odisha

ଓଲଟିଲା ପିକ୍ଅପ୍ ଭ୍ୟାନ୍: ଚାଲିଗଲା ୧୫ ଜଣଙ୍କ ଜୀବନ

କୋରାପୁଟ: ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ୍। ଫଳରେ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଏମିତି ଏକ ଘଟଣା ଘଟିଛି କୋଟପାଡ଼ ସିନ୍ଧିଗାଁ ମୂର୍ତ୍ତାହାଣ୍ଡିଠାରେ। ଦୁର୍ଘଟଣାରେ ୨ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କିଭଳି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ପଡୋଶୀ ଛତିଶଗଡ଼ର ସିନ୍ଧିଗାଁ ଗାଁରୁ ପ୍ରାୟ ୨୦ ଜଣ ଲୋକ ଏକ ପିକ୍‌-ଅପ୍‌ ଭ୍ୟାନ୍‌ରେ କୋଟପାଡ଼ ଅଞ୍ଚଳରୁ କୁଚଲା ଗାଁକୁ ଆସିଥିଲେ। ଏମାନେ ଦଶାହ କାମ ଶେଷ କରି ଅପରାହ୍ନରେ ଘରକୁ ଫେରୁଥିବା ବେଳେ ପିକ୍‌-ଅପ୍‌ଟିର ଚାଳକ ମୁର୍ତ୍ତାହାଣ୍ଡି ଠାରେ ଭାରସାମ୍ୟ ହରାଇଥିଲେ। ଫଳରେ ପିକ୍‌-ଅପ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଅନ୍ୟ ଆହତମାନଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ କୋଟପାଡ଼ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ମୃତଦେହ ଉଦ୍ଧାର କରିଥିବା ବେଳେ ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ପିକ୍‌-ଅପ୍‌ ଭ୍ୟାନ୍‌କୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

Comments are closed.