Odisha Link
Bridging the Missing Links in Odisha

ତ୍ରିରଙ୍ଗା ଅପମାନକାରୀଙ୍କୁ ଗିରଫ କର: ରାକେଶ ଟିକାୟତ

ନୂଆଦିଲ୍ଲୀ: ଆଜି ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀ ୨୬ ତାରିଖରେ ତ୍ରିରଙ୍ଗା ପତାକା ଅପମାନକୁ ନେଇ ଦୁଃଖ ପ୍ରକାଶ କରିବା ପରେ ଏହାକୁ ନେଇ ନିଜର ମତ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ସେ କହିଛନ୍ତି ଯେ, ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ। ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ। ଯେଉଁମାନେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ପୋଲିସ ସେମାନଙ୍କୁ ଧରୁ। ଏହା ସହିତ ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବୈଠକ ବସିବାକୁ ନେଇ ମଧ୍ୟ ଟିକାୟତ ମତ ରଖିଛନ୍ତି। ବନ୍ଧୁକ ମୁନରେ କଦାପି କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଚାଷୀ ସଙ୍ଗଠନ ଏହି ବିବାଦର ସମାଧାନ ଚାହୁଁଛି ହେଲେ ବନ୍ଧୁକ ମୁନରେ ଏହାର କଦାପି ସମାଧାନ ହୋଇପାରିବନି ବୋଲି ଟିକାୟତ କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମ ଏହି କଥା ଉଠାଇଥିଲେ। ମୋଦି କହିଥିଲେ ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାରେ ଯାହା ଘଟିଲା ତାକୁ ଦେଖି ସାରା ଦେଶ ଦୁଃଖପ୍ରକାଶ କରିଛି। ଚାଷୀମାନେ ଗତ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲା ଭିତରେ ପ୍ରବେଶ କରିବା ସହିତ ସେଠାରେ ନିଜର ଧର୍ମୀୟ ପତାକା ଉଡ଼ାଇଥିଲେ। କେବଳ ସେତିକି ନୁହେଁ କିଛି ସମୟ ଧରି ସେଠାରେ ହିଂସାକାଣ୍ଡ ମଧ୍ୟ ଚାଲିଥିଲା। ଚାଷୀମାନେ ବସ୍ ଓ ବିଭିନ୍ନ ସମ୍ପତ୍ତିକୁ ନଷ୍ଟ କରିଥିଲେ। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଥିଲେ।

Comments are closed.