Odisha Link
Bridging the Missing Links in Odisha

ମଝି ରାସ୍ତାରେ ମାରପିଟ୍, ସ୍କୁଟି ଚାଳକକୁ ପିଟିଲେ କାର୍ ଚାଳକ

ଭୁବନେଶ୍ବର: ସାମାନ୍ୟ ଗାଡ଼ି ସାଇଡ୍ କରିବାକୁ କେନ୍ଦ୍ର କରି ଜଣେ ସ୍କୁଟି ଚାଳକଙ୍କୁ ପିଟିଛନ୍ତି ଦୁଇ ଜଣ ଦୁବୃର୍ତ୍ତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ତନିସ୍କ ସୋ ରୁମ୍ ନିକଟ କ୍ରସିଂ ପାଖରେ।

ପ୍ରବଳ ଗହଳି ଭିତରେ ଗାଡ଼ି ସାଇଟ୍ କରିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା। ସ୍କୁଟି ଚାଳକ ସାଇଡ୍ ଦେଉନଥିବା ଦେଖି, ଅଚାନକ୍ କାର ଭିତରୁ ବାହାରି ଆସିଥିଲେ ଦୁଇ ଯୁବକ। ଆଉ ରାସ୍ତା ଉପରେ ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ସ୍କୁଟି ଚାଳକ ରମେଶ ପଣ୍ଡା ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇଯାଇଛନ୍ତି। ଛାଡ଼ିବାକୁ ଯେତେ କହୁଥିଲେ ମଧ୍ୟ ଦୁର୍ବୃତ୍ତ ତାଙ୍କୁ ମାରିଚାଲିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଚନ୍ଦ୍ରଶେଖର ପୁଲିସ୍ ପହଞ୍ଚି ଦୁର୍ବୃତ୍ତଙ୍କୁ କାବୁ କରିବା ସହ ହାତ ବାନ୍ଧି ଥାନାକୁ ନେଇଛି।

Comments are closed.