ବଜେଟ -୨୦୨୧-୨୨: ଶିକ୍ଷା ପାଇଁ ୩୭୬୦ କୋଟି ଟଙ୍କା
ନୂଆଦିଲ୍ଲୀ : ଆଜି ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା ଚାଲିଛି। ଏହାର ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ୧୦୦ଟି ସୈନିକ ସ୍କୁଲ ପ୍ରତିଷ୍ଠା ସଂପର୍କରେ ଘୋଷଣା କରିଛନ୍ତି କରିଛନ୍ତି ଅର୍ଥମନ୍ତ୍ରୀ।ଏଥିପାଇଁ ଘରୋଇ କ୍ଷେତ୍ରର ସହାୟତା ନିଆଯିବ।
ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ। ଏଥିପାଇଁ ଆଇନରେ ସଂଶୋଧନ କରାଯିବ। ୪ କୋଟି ଅନୁସୂଚିତ ଜାତି ଛାତ୍ରଙ୍କ ପାଇଁ ୩୫ ହଜାର କୋଟି ଘୋଷଣା କରାଯାଇଛି। ୟୁଏଇ ସହିତ ମିଳିତ ଭାବରେ ଦକ୍ଷତା ତାଲିମ ଉପରେ କାର୍ଯ୍ୟ କରାଯିବ।
ଭାରତ ଏବଂ ଜାପାନ ମିଳିତ ଭାବେ ଏକ ପ୍ରକଳ୍ପ ଚାଲୁ ରହିଛି।ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଆଦିବାସୀ ସ୍କୁଲରେ ଏକଲବ୍ୟ ବିଦ୍ୟାଳୟ ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ୩୭୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅନ୍ୟପକ୍ଷରେ ଚା’ ବଗିଚା କର୍ମଚାରୀଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
Comments are closed.