Odisha Link
Bridging the Missing Links in Odisha

ଆସନ୍ତାକାଲି ପୁରୀ ଓ ଭୁବନେଶ୍ବର ବାଏପାସ୍‌ ରୋଡ଼ ଆଲୋକୀକରଣକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଓ ଭୁବନେଶ୍ବର ବାଏପାସ୍‌ ରୋଡ଼ ଆଲୋକୀକରଣର ଲୋକାର୍ପଣ କରିବେ। ୧୨ କିଲୋମିଟର ବିସ୍ତୃତ ଏହି ରାସ୍ତା ଆଲୋକରେ ଝଲସିବ।। ଏଥିରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ୍ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ ଲାଗିବାର ବ୍ୟବସ୍ଥା ରହିଛି। ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନସ୍ଫର୍ମରର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୧୭ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ହେଲେ ଏନଏଚଏଆଇ ମଞ୍ଜୁରୀ ଦେବାରେ ବିଳମ୍ବ କରିଥିବା ଅଭିଯୋଗ ହୋଇଛି। ଜାତୀୟ ରାଜପଥରେ ଖୁଣ୍ଟିର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା ଏନଏଚଏଆଇ। ପରେ ରାଜ୍ୟ ସରକାର ସଂଶୋଧିକ ପ୍ରକଳ୍ପର କାର୍ଯ୍ୟ ଆଗେଇଥିଲେ।

ଏହି ବୃହତ ଆଲୋକିକରଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ପୁରୀକୁ ଐତିହ୍ୟ କରିଡର କରିବାର ଖସଡ଼ା ପ୍ରସ୍ତୁତ କରିବା ପରେ ଗମନାଗମନ ପାଇଁ ଭୁବନେଶ୍ବର-ପୁରୀ ବାଏପାସର ଉନ୍ନତିକରଣ ଗୁରୁତ୍ବ ବହନ କରୁଛି।

Comments are closed.