ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା ଯୋଗାଇବେ ପ୍ରଶାସନ
ସୁନ୍ଦରଗଡ଼: ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ। ଜିଲ୍ଲା ପ୍ରଶାସନ ଦେବ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା। ଛାତ୍ରଛାତ୍ରୀଙ୍କୁ ରୋଜଗାର ପାଇଁ କରାଇବ ଯୋଗ୍ୟ। ଏଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ପ୍ରଶାସନ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଜିଲ୍ଲାରେ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ। ଏଥିରେ ଯୁକ୍ତ ଦୁଇ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା ଦିଆଯିବ।
ଯେଉଁ ଛାତ୍ରଛାତ୍ରୀମାନେ ଗରିବ ଓ ମେଧାବୀ ହୋଇଥିବେ, ଏହାସହ ଖଣି ପ୍ରଭାବିତ ଅଞ୍ଚଳର ହୋଇଥିବେ। ସେମାନେ ଜିଲ୍ଲା ପ୍ରଶାସନର ଏହି ସୁବିଧା ପାଇପାରିବେ। ୬ଟି ଖଣି ପ୍ରଭାବିତ ଅଞ୍ଚଳ ତଥା ବ୍ଲକ୍ର ଛାତ୍ରଛାତ୍ରୀ ଏହାର ବିଶେଷ ଫାଇଦା ପାଇପାରିବେ ବୋଲି ଆଶା କରାଯାଉଛି। ଏନେଇ ଜିଲ୍ଲାପାଳ ନିଖିଲ ପଓ୍ୱନ୍ କଲ୍ୟାଣ ନିଜେ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ପତ୍ରାପାଲିଠାରେ ଆଜି ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଜେ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି।
Comments are closed.