Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ

ନୟାଗଡ଼: ଜିଲ୍ଲାର ଶିଖରପୁର ଗାଁରୁ ଭୁବନେଶ୍ୱର ଯାଉଥିବା ଏକ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାର ଜଣଙ୍କର ମୃତ୍ୟୁ ଘଟିବାସହ ୩ ଆହତ ହୋଇଛନ୍ତି। ତେବେ ମୃତବ୍ୟକ୍ତିଙ୍କ ନାମ ଅଜୟ ସ୍ୱାଇଁ ବୋଲି ଜଣାପଡ଼ିଛି । ଅନ୍ୟ ୩ ଆହତଙ୍କୁ ଖଣ୍ଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

ନୟାଗଡ଼ର ସୁନାମୁହିଁ ନିକଟରେ ଟ୍ରକଟି ଓଲଟି ପଡ଼ିଥିଲା। ତେବେ ଟ୍ରକରେ ଇଟା ବୋଝେଇ ହୋଇଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଛି।

Comments are closed.